ନୂଆଦିଲ୍ଲୀ: ସକାଳୁ ସକାଳୁ କ୍ରିକେଟ ଦୁନିଆରୁ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କର କାର୍ ସଡ଼କ ଦୁର୍ଘଟଣା ଶିକାର ହୋଇଛି। ଏଥିରେ ପନ୍ତ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ଦିଲ୍ଲୀରୁ କାର୍ ଚଳାଇ ଘରକୁ ପେରୁଥିବା ବେଳେନର୍ସନ ବର୍ଡରହମ୍ମାଦପୁର ଝାଲର ରୁଡକୀ ନିକଟରେ ଋଷଭଙ୍କ କାର୍ ରୋଡ୍ ଡିଭାଇଡରରେ ପିଟି ହୋଇଯାଇଥିଲା।
ଏହି ଦୁର୍ଘଟଣାରେ ଋଷଭଙ୍କ କାର୍ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଏମିତିକି କାର୍ରେ ନିଆଁ ଲାଗିଯାଇଥିବା ସୂଚାନା ମିଳିଛି।
ଡାକ୍ତରଙ୍କ ସୂଚନା ଅନୁସାରେ ପନ୍ତଙ୍କର କପାଳ ଓ ଗୋଡ଼ରେ ଆଘାତ ଲାଗିଛି। ସଡ଼କ ଦୁର୍ଘଟଣା ଘଟିବା ପରେ ଦିହାତ ଏସ୍ପି ସ୍ୱପ୍ନା କିଶୋର ସିଂହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସକ୍ଷମ ହସପିଟାଲ ଚେୟାରମ୍ୟାନ୍ ଡାକ୍ତର ସୁଶୀଲ ନାଗର ସୂଚନା ଦେଇଛନ୍ତି। ତାଙ୍କୁ ରୁଡ଼କୀରୁ ଦିଲ୍ଲୀକୁ ରେଫର କରାଯାଇଛି।
ଦୁର୍ଘଟଣାକୁ ଦେଖିବା ଲୋକଙ୍କ କହିବା ବୟାନ ଅନୁସାରେ, ଋଷଭଙ୍କ କାର୍ ରାସ୍ତାକଡ଼ରେ ଥିବା ରେଲିଂରେ ପିଟି ହୋଇଯାଇଥିଲା। କାର୍ ଦୁର୍ଘଟଣା ହେବା ପରେ ତୁରନ୍ତ କାରରେ ନିଆଁ ଲାଗିଯାଇଥିଲା। ବହୁତ କଷ୍ଟ ପରେ କାର ନିଆଁକୁ ଆୟତ କରାଯାଇଥିଲା। ଏହାପରେ ଋଷଭଙ୍କୁ ଦୁର୍ଘଟଣା ସ୍ଥଳରୁ ତୁରନ୍ତ ସକ୍ଷମ ହସପିଟାଲ ନିଆଯାଇଥିଲା।
ଡାକ୍ତରଙ୍କ ସୂଚନା ଅନୁସାରେ ପନ୍ତଙ୍କର ପ୍ଲାଷ୍ଟିକ୍ ସର୍ଜରି କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଡାକ୍ତର ଆହୁରି କହିଛନ୍ତି ତାଙ୍କ ପାଦରେ ଗମ୍ଭୀର ଆଘାତ ଲାଗିଛି। ପିଠି, ମୁଣ୍ଡ ସବୁ ଜାଗାରେ ଖଣ୍ଡିଆ ହୋଇଯାଇଛି।
