ରାଜ୍ୟ

ଖଣ୍ଡ ବିଖଣ୍ଡିତ ହେଉଛି ଯାଜପୁର ବିଜେପି, ସଭାପତି ଙ୍କ ପାରିବା ପଣିଆ କୁ ନେଇ ଟୁପୁରୁ ଟାପୁର୍

ଜନତା ଟାଇମ୍ସ ବିୟୁରୋ :(ଯାଜପୁର) ଖଣ୍ଡ ବିଖଣ୍ଡିତ ହେଉଛି ଯାଜପୁର ବିଜେପି l ପୁଣି ଦଳରୁ ଇସ୍ତଫା ଦେଲେ ଯାଜପୁର ଜିଲ୍ଲାର ୩୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ରଶ୍ମିରଞ୍ଜନ ନାୟକ l ଦଳୀୟ ଅବହେଳାର ଯୋଗୁଁ ଇସ୍ତଫା ଦେଇଥିବାର ସୁଚନା। ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଯାଜପୁର ଜିଲ୍ଲାରେ ୬ ଜଣ ଜିଲ୍ଲାପରିଷଦ ସଭ୍ୟ ବିଜେପି ତରଫରୁ ନିର୍ବାଚିତ ହୋଇଥିଲେ ହେଲେ ଗତ କିଛି ଦିନ ତଳେ ଦଳର ଅଧା ଜିଲ୍ଲା ପରିଷଦ ସଭ୍ୟ ଅର୍ଥାତ ୩ ଜଣ ଦଳରୁ ଇସ୍ତଫା ଦେଇଥିଲେ l କିନ୍ତୁ ପୁଣି ଆଜି ଆଉ ଜଣେ ଜିଲ୍ଲା ପରିଷଦ ଦଳରୁ ଇସ୍ତଫା ଦେଇଛନ୍ତି, ଆଉ ସେ ବି ଦଳ ଅଣଦେଖା କରୁଥିବାର ଇସ୍ତଫା ପତ୍ର ରେ ଉଲ୍ଲେଖ କରିଛନ୍ତି l ତେବେ ବର୍ତ୍ତମାନ ସୁଦ୍ଧା ୭ ଜୋନ ଜିଲ୍ଲା ପରିଷଦ ମାମିନା ମଲ୍ଲିକ ୨୭ ଜୋନ ଜିଲ୍ଲା ପରିଷଦ ଶ୍ରବଣ କୁମାର ମଲ୍ଲିକ ଓ ୩୬ ନମ୍ବର ଜୋନ ଜିଲ୍ଲା ପରିଷଦ ଚତୃଭୁର୍ଜ ଦ୍ୱିବେଦୀ ଏବଂ ୩୪ ନମ୍ବର ଜୋନ ଜିଲ୍ଲା ପରିଷଦ ରଶ୍ମିରଞ୍ଜନ ନାୟକ ପ୍ରମୁଖ ଦଳ ଛାଡିଛନ୍ତି l କେବଳ ଜିଲ୍ଲା ପରିଷଦ ସଭ୍ୟ ନୁହନ୍ତି ଦଳର ଅନେକ ଆଗ ଧାଡ଼ିର ନେତା ମାନେ ବି ଦଳ ଛାଡି ସାରିଛନ୍ତି ଓ ଦଳର ଅନେକ ଛାମୁଆ ନେତା ମାନେ ବି ନିରବ ହୋଇ ଦଳରେ ପଡିରହିଛନ୍ତି l କିନ୍ତୁ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଙ୍କ ଗତିବିଧି ସମ୍ପୂର୍ଣ ଭାବେ ଓଲଟା, ଗୋଟେ ପଟେ ଦଳ ଖଣ୍ଡ ବିଖଣ୍ଡିତ ହେବାରେ ଲାଗିଛି କିନ୍ତୁ ଗୌତମ ଅନ୍ୟ ପଟେ ନିଜକୁ ଫଟୋ ଓ ଗଣମାଧ୍ୟମ ରେ ଜାହିର ରଖୁଛନ୍ତି l ଜିଲ୍ଲାରେ ବିଜେପି ର ସ୍ଥିତି ବର୍ତ୍ତମାନ ଶୌଚନୀୟ ହେବାରେ ହୋଇପଡିଛି l ଗୌତମ ଙ୍କ ମନମୁଖୀ ଶାସନ କୁ ନେଇ ଦଳୀୟ କର୍ମୀ ଙ୍କ ମଧ୍ୟରେ ବି ମଧ୍ୟ ଅସନ୍ତୁଷ୍ଟ ଦେଖିବାକୁ ମିଳୁଛି l ଦଳ ଭିତରେ ପୁରୁଣା ନୂଆ ବିବାଦ କୁ ନେଇ ବିଜେପି କୁ ବିଭିନ୍ନ ରାଜନୀତି ମହଲରେ କଡ୍ଡା ସମାଲୋଚନା ର ପାତ୍ର ବି ମଧ୍ୟ ପାଲଟିଛି l ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ କିନ୍ତୁ ଜିଲ୍ଲା ବିଜେପି ଆଜି ଯାଏଁ ସଜାଡି ହୋଇପାରିଲା ନାହିଁ, ଆଉ ବିଜେପି ର ଏହି ସ୍ଥିତି ନିର୍ବାଚନ ସମୟରେ ମହଙ୍ଗା ପଡିପାରେ ବୋଲି ବି ମଧ୍ୟ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ଜିଲ୍ଲା ର ଏଭଳି ଶୌଚନୀୟ ସ୍ଥିତି କୁ ନେଇ ପୁଣି ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଙ୍କ ପାରିବା ପଣିଆ କୁ ନେଇ ପ୍ରଶ୍ନବାଚୀ ଉଠାଇଛି ??

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top