ରାଜ୍ୟ

ଛତ୍ରପୁର ଷ୍ଟାଡିୟମରେ ଜାତୀୟ ଖେଳ ଦିବସ ପାଳିତ l

ଛତ୍ରପୁର: ୨୯/୦୮ : ଆଜି ସାରା ବିଶ୍ୱରେ ଖେଳ ଦିବସ ପାଳନ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଷ୍ଟାଡିୟମ ଠାରେ ବହୁ ଆଡମ୍ବର ସହ ଜାତୀୟ ଖେଳ ଦିବସ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ସୁନାମଧନ୍ୟ ପୁତ୍ର ତଥା ଭାରତୀୟ ଜାତୀୟ ଦଳରେ ଖେଳି ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ଆଣିଥିବା ଅମିତ ରୋହୀଦାଶ ଯୋଗ ଦେଇ ଧ୍ୟାନ ଚାନ୍ଦଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ତାଙ୍କ ସହ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା , ଜାତୀୟ ଦଳରେ ଖେଳିଥିବା ଷ୍ଟେଲେନ ଭିକ୍ଟୋର ମିଞ୍ଜ , ଅନ୍ତର୍ଜାତୀୟ ରେଫ୍ରି ନିଶାନ ଜ୍ୟୋତି ମହାନ୍ତି ପ୍ରଭୁତି ଯୋଗ ଦେଇଥିଲେ l ଏହି ଅବସରରେ ଗଂଜାମ ହକି ଆସୋସେସନ ଦ୍ୱାରା ଏକ ବନ୍ଧୁତ୍ୱ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଗଂଜାମ ଆସୋସେସନ ରେ ନୂତନ ଭାବେ ଯୋଗ ଦେଇଥିବା ବାଳିକା ଖେଳାଳିଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ସେମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା l

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top