ମନୋରଂଜନ

ସାରା ଦୁନିଆରେ ଧମାଲ କରୁଛି ଅବତାର-୨; ଜାଣନ୍ତୁ କେତେ କୋଟି ଟଙ୍କା ଟପିଲା ବକ୍ସ ଅଫିସ କଲେକ୍ସନ

ନୂଆଦିଲ୍ଲୀ: ଅବତାର ଦ ୱେ ଅଫ୍ ୱାଟର ସାରା ଦୁନିଆ ସହ ଭାରତରେ ମଧ୍ୟ ରେକର୍ଡ କରିବାରେ ଲାଗିଛି । ଏହି ଫିଲ୍ମକୁ ଦର୍ଶକଙ୍କ ଭରପୁର ଭଲ ପାଇବା ମିଳୁଛି । ପ୍ରତିଦିନ ଆୟରେ ନୂଆ ରେକର୍ଡ କରିବାରେ ଲାଗିଛି । ଫିଲ୍ମର ଆୟ ଭିତରେ ଅବତାର ୨ ସହ ଏବେ ଏକ ବଡ଼ ଉପଲବ୍ଧି ଯୋଡି ହୋଇଛି । ରିପୋର୍ଟ ଅନୁସାରେ ଫିଲ୍ମ ସାରା ଦୁନିଆରେ ଏକ ବିଲିୟନ ଡଲାରରୁ ଅଧିକ ଆୟ କରିଛି ।

ମିଳିଥିବା ଡାଟା ଅନୁସାରେ ବର୍ତ୍ତମାନ ସୁଦ୍ଧା ଫିଲ୍ମ ମୋଟ ୧.୦୩ ବିଲିୟନ ଆୟ କରିଛି ।

ଏହି ଆୟ ସହ ଫିଲ୍ମ ନିଜର ହିଁ ପ୍ରିକ୍ୱଲ ଅର୍ଥାତ୍ ଅବତାରର ରେକର୍ଡ ଭାଙ୍ଗି ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ଫିଲ୍ମ ସବୁଠୁ ଦ୍ରୁତ ଗତିରେ ୧ ବିଲିୟନ ଡଲାର ଆୟ କରିବା ମାମଲାରେ ଷଷ୍ଠ ଫିଲ୍ମ ହୋଇଛି । ଅବତାର ୨ ମାତ୍ର ୧୪ ଦିନରେ ଏହି ରେକର୍ଡ କରିଛି । ଅନ୍ୟପଟେ ଅବତାର ଏହି ଆୟ ପାଇଁ ୧୯ ଦିନର ସମୟ ନେଇଥିଲା । ଭାରତୀୟ ମୁଦ୍ରାରେ ଆୟ କଥା କହିବାକୁ କହିଲେ ଏହା ୮୨ ବିଲିୟନ 8୪ କୋଟି ୯୫ ଲକ୍ଷ ଟଙ୍କା ।

ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀ ପରେ ବିଲିୟନ ଡଲାର ଆୟ କରିବା ଫିଲ୍ମ ମଧ୍ୟରେ ଅବତାର ୨ ନାଁ ସାମିଲ ହୋଇଯାଇଛି । ଏହା ପୂର୍ବରୁ ସ୍ପାଇଡର ମ୍ୟାନ: ନୋ ୱେ ହୋମ (୧.୯୦୮ ବିଲିୟନ ଡଲାର), ଟପ ଗନ: ମେଭାରିକ୍ (୧.୪୮୯ ବିଲିୟନ ଡଲାର) ଏବଂ ଜୁରାସିକ ୱାର୍ଲଡ: ଡୋମିନିୟନ (୧.୦୦୧ ବିଲିୟନ ଡଲାର) ଆୟ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

ଚର୍ଚ୍ଚିତ ଖବର

To Top